Webportal

ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ରହିବ ଜାରୀ

sanitry
0 29

ତାତିରୁ ନାହିଁ ନିସ୍ତାର ।ସାରା ରାଜ୍ୟରେ ପ୍ରଚଣ୍ଡ ଖରା । ୧୭ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର । ୪୦ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା । ଝାରସୁଗୁଡାରେ ସର୍ବାଧିକ ୪୧ ଡିଗ୍ରୀ ରେକର୍ଡ ହୋଇଛି ।ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି । ଦିନ ୧୧ଟାରୁ ୩ଟା ବାହାରକୁ ନଯିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି । ସେପଟେ ବଢୁଛି ଖରା,ଅସମ୍ଭାଳ ହେଉଛି ତାତି । ଏବେ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଯାହାଫଳରେ ଏବେ ଧୀରେ ଧୀରେ ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଚଳିତ ବର୍ଷ ଏବେ ଠାରୁ ଅନୁଭବ ହେଉଥିବା ଖରା ଓ ବଢିଚାଲିଥିବା ତାପମାତ୍ରା ଏବଂ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କୁ ଲକ୍ଷ୍ୟ କଲେ ଲାଗୁଛି’ ଚଳିତ ବର୍ଷର ତାପମାତ୍ରା ବିଗତ ବର୍ଷ ମନଙ୍କର ସବୁ ରେକର୍ଡ କୁ ପାର କରିବ । ତେଣୁ ବର୍ତ୍ତମାନ ର ଝାଞ୍ଜି ପବନ ଓ ତାପମାତ୍ରା କୁ ଅନୁଭବ କରି ଆଗକୁ ସ୍ଥିତି ଅତି ଜଟିଳ ହେବାନେଇ ମନରେ ଏବେରୁ ଭୟ ସୃଷ୍ଟି ହେବାର ଲାଗିଛି ।

Square Ad 1
Leave A Reply

Your email address will not be published.