FASTag ବ୍ୟବହାରକାରୀଙ୍କୁ ବାଧାମୁକ୍ତ ଓ ସୁବିଧାଜନକ ସେବା ଯୋଗାଇ ଦେବାକୁ
ଏନଏଚଏଆଇ ର ସହଯୋଗୀ କମ୍ପାନୀ ଆଇଏଚଏମସିଏଲ ପକ୍ଷରୁ ଏନଏଚଏଆଇ ପ୍ରିପେଡ ୱାଲେଟର ବାଲାନ୍ସ ଜାଣିବା ପାଇଁ ମିଷଡ଼ କଲ ସୂଚନା ବ୍ୟବସ୍ଥା ଆରମ୍ଭ କରାଯାଇଥିବା ନେଇ ସୂଚନା ଦିଆଯାଇଛି।ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ +୯୧-୮୮୮୪୩୩୩୩୩୧ କୁ ଡାଇଲ କଲେ ଏସଏମଏସ ମାଧ୍ୟମରେ ବାଲାନ୍ସର ସୂଚନା ମିଳିବ।ଏହି ସେବା ୨୪ ଘଣ୍ଟା ମିଳିବ।ଗୋଟେ ୱାଲେଟରେ ଏକାଧିକ ଯାନ ପଞ୍ଜିକୃତ ଥିଲେ ପ୍ରତ୍ୟେକ ଗାଡି ପାଇଁ ଉଦ୍ଦିଷ୍ଟ ଟ୍ୟାଗର ବାଲାନ୍ସ ର ସୂଚନା ମିଳିବ।ଏହି ସୁବିଧା କେବଳ
ଏନଏଚଏଆଇ ପ୍ରିପେଡ ୱାଲେଟ ସହ ଯୋଡି ହୋଇଥବା ବ୍ୟବହାରକାରୀଙ୍କୁ ମିଳିବ।
