ଗୁଣ୍ଡା ସାଜିଲେ ନିଜକୁ RPF ଯବାନ କହୁଥିବା ବ୍ୟକ୍ତି।ଏପରି ଏକ ଘଟଣାରେ ସାମ୍ନାକୁ ଆସିଛି ଅନୁଗୁଳ RPF ଯବାନଙ୍କ ଦବଙ୍ଗ ଗିରି ।ଛାତ୍ରଙ୍କୁ ନିର୍ଧୁମ ପିଟିଲେ RPF ଯବାନ।ଘଟଣା ଘଟିଛି ଅନୁଗୋଳ ଷ୍ଟେସନ ନିକଟରେ । କାହିଁକି ନିର୍ଧୁମ ପିଟିଲେ RPF ଯବାନ।ଆଇନ ର ରକ୍ଷକ ହୋଇ ଭକ୍ଷକ ସାଜିଲେ।ଗୋଟିଏ ପଟେ RPF ଯବାନ ଭୁବନେଶ୍ୱର ଷ୍ଟେସନ ନିକଟରେ ଜଣେ ମହିଳାଙ୍କୁ ଗତ କିଛିଦିନ ତଳେ ମୃତ୍ୟୁ ମୁଖରୁ ଦେବଦୂତ ସାଜି ବଞ୍ଚାଇ ଚର୍ଚ୍ଚା ରେ ଥିବା ବେଳେ ଗତ ବାଇଶି ତାରିଖରେ ଅନୁଗୋଳ ର ଜଣେ ଯବାନ କିଛି ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି।କାହିଁକି ମାଡ଼ ମାରିଲେ RPF ଯବାନ,ତାକୁ ନେଇ ଉଠିଛି ପ୍ରଶ୍ନ ।ଏ ଦିଗରେ RPF ଉପରିସ୍ଥ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।କେଉଁ ଆଧାରରେ କାହା ବଳରେ ବଳିୟାନ RPF ଯବାନ ।RPF ଯବାନଙ୍କ ଗୁଣ୍ଡା ଭଳି ଆଚରଣ କାହିଁକି।ନିଜ ନିଜ ଦାୟିତ୍ୱଠୁ ଦୂରରେ ରହି ଆଇନ କୁ ହାତକୁ କାହିଁକି ନେଉଛନ୍ତି RPF ଯବାନ । ସମ୍ପୃକ୍ତ RPF ଯବାନଙ୍କ ଉପରେ କେବେ ଆଉ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ହିଁ ଅପେକ୍ଷା।କାହା ପ୍ରରୋଚନାରେ ଏତେ ବଳିୟାନ ହେଉଛନ୍ତି RPF ଯବାନ। RPF ଯବାନ କହୁଥିବା ବ୍ୟକ୍ତି ସବୁ ସାଧା ପୋଷାକରେ ଗୁଣ୍ଡା ଭଳି ଆଚରଣ କରିବା ନିହାତି ପକ୍ଷେ ନିନ୍ଦନୀୟ।